ବ୍ଲାକ୍‌ ଫଙ୍ଗସ ପାଇଁ ବ୍ୟବହୃତ ୨ ଔଷଧ ଉପରୁ ଉଠିଲା ସମ୍ପୂର୍ଣ୍ଣ ଟିକସ

ଭୁବନେଶ୍ୱର, ୧୨/୬: ଦେଶରେ କରୋନା ସହ ମାଡି ଚାଲିଛି ମାରାତ୍ମକ ବ୍ଲାକ୍‌ ଫଙ୍ଗସ । ତେଣୁ ବ୍ଲାକ୍‌ ଫଙ୍ଗସ ପାଇଁ ବ୍ୟବହୃତ ହେଉଥିବା ୨ ଔଷଧ ଉପରୁ ଉଠିଲା ସମ୍ପୂର୍ଣ୍ଣ ଟିକସ । ଏହାସହ  ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟର ଉପରୁ GST ୧୨ରୁ ୫%କୁ ହ୍ରାସ ପାଇଛି। କୋଭିଡ ଟେଷ୍ଟିଂ କିଟ୍ ଉପରୁ ମଧ୍ୟ GST ୧୨ରୁ ୫% ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଆମ୍ବୁଲାନ୍ସ ଉପରୁ ମଧ୍ୟ ୨୮ରୁ ୧୨ ପ୍ରତିଶତକୁ ହ୍ରାସ ପାଇଛି।

କରୋନା ପାଇଁ ବ୍ୟବହୃତ ଔଷଧ ରେମଡେସିଭିର ଉପରୁ ରେମଡେସିଭିର ଉପରୁ GST ୧୨ରୁ ୫%କୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏନେଇ GST କାଉନସିଲ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।