ଆଜି ଗଣେଶ ପୂଜା: ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ

ଭୁବନେଶ୍ୱର,୧୯/୦୯: ଆଜି ପବିତ୍ର ଗଣେଷ ପଜା । ଗାଁଠୁ ସହର ସବୁଠି ବିରାଜିବେ ବିଘ୍ନ ବିନାଶକ । ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ । ୧୦୦ରୁ ଅଧିକ ମଣ୍ଡପରେ ବିରାଜମାନ କରିବେ ବିଘ୍ନରାଜ ଗଣପତି । ସବୁଠି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଲୋକକଳା ପ୍ରଦର୍ଶନ ଶ୍ରଦ୍ଧାଳୁ ତଥା ପୂଜା ଦର୍ଶକଙ୍କୁ ଆକର୍ଷିତ କରିବ । ନାମୀଦାମୀ କଣ୍ଠଶିଳ୍ପୀମାନଙ୍କୁ ନେଇ ମେଲୋଡିରେ ଆସର ଜମିବ । ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।