ଆରପାରିରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ସୋଲି ସୋରାବ୍‌ଜୀ

ଭୁବନେଶ୍ୱର,୩୦/୪:ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ସୋଲି ସୋରାବ୍‌ଜୀଙ୍କର ଆଜି ପରଲୋକ ଘଟିଛି। କରୋନାରେ ଆକ୍ରନ୍ତ ଥିବା ବେଳେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।ତାଙ୍କ ପତ୍ନୀ ଓ ସେ ଉଭୟ କରୋନାରେ ଆକ୍ରାନ୍ତ ଥିଲେ । ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ କରୋନାରୁ ସୁସ୍ଥ ହୋଇଛନ୍ତି ।