ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ

ଭୁବନେଶ୍ୱର,୧୬/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି। ସେ ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଦିଲ୍ଲୀରେ ଦେହାନ୍ତ ଘଟିଛି । ସେ ଲେଖିକା ଭାବେ ବେଶ ପରିଚିତ ଥିବା ବେଳେ ପ୍ରାମାଣିକ ଚଳଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି । ସେ ୫ଟି ପୁସ୍ତକ ରଚନା କରିଥିଲେ । ତାଙ୍କ ପୁସ୍ତକ ୨୧ଟି ଭାଷାରେ ଅନୁବାଦିତ ହୋଇଛି ଏବଂ ୟୁରୋପ, ଆମେରିକା ଏବଂ ଭାରତରେ ବେଷ୍ଟସେଲର ତାଲିକାରେ ସ୍ଥାନ ପାଇଛି । ୨୦୧୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ବଛାଯାଇଥିଲେ ମଧ୍ୟ, ସେ ଏହି ପୁରସ୍କାରକୁ ପ୍ରତ୍ୟାଖାନ କରିଥିଲେ । ଗୀତା ମେହେଟ୍ଟା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ ।