ପୁଣି ବଢିଲା ଗ୍ୟାସ ଦର

ଭୁବନେଶ୍ୱର,୧/୫: ତେଲ ଦର ପରେ ଏବେ ଦିନକୁ ଦିନ ଗ୍ୟାସ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାରିମଧ୍ୟରେ ଆଜି  ୧୯କିଲୋ କମର୍ସିଆଲ ଗ୍ୟାସ ଦର ୨,୩୫୫ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଗ୍ୟାସ ଦର ୨,୨୫୩ଟଙ୍କା ଥିଲା । ଗତ ଏପ୍ରିଲ ୧ତାରିଖରେ କମର୍ସିଆଲ ଗ୍ୟାସ ଦର ୨୫୦ଟଙ୍କା ବୃଦ୍ଧି ପାଇଥିଲା । ବର୍ତ୍ତମାନ ୫କେଜିର ଗ୍ୟାସ ଦର ୬୫୫ଟଙ୍କା ରହିଛି।