ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି

ଭୁବନେଶ୍ୱର, ୨୯/୦୮: ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଉଜ୍ଜଳା ଯୋଜନା ଆଧାରରେ ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଚଳିତ ମାସ ଅଗଷ୍ଟ ପହିଲାରୁ ପେଟ୍ରୋଲିୟନ କମ୍ପାନୀ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତନ କରାଯାଇନଥିଲା । ଅଗଷ୍ଟ ମାସରେ ରାଜଧାନୀ ଦିଲ୍ଲୀରେ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦର ୧୧ଶହ ୩ ଟଙ୍କା ଥିଲା । ଏବେ ୨୦୦ ଟଙ୍କା ସବସିଡି ଦ୍ୱାରା ଗ୍ୟାସ ଦର କମିବ । ତେବେ ଏହାର ଫାଇଦା କେବଳ ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ମିଳିବ ।