ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ୩୦ ଆହତ

ନୂଆଦିଲ୍ଲୀ,୨୯/୧୦: ବିହାର ଔରଙ୍ଗାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ୨ ମହଲା ବିଶିଷ୍ଟ ଘରେ ଗ୍ୟାସ୍‌ ସିଲିଣ୍ଡର୍‌ ବସ୍ଫୋରଣ ଘଟିବାରୁ ୭ ଜଣ ପୁଲିସ୍‌ଙ୍କ ସମେତ ସମୁଦାୟ ୩୦ ଜଣ ଆହତ ହୋଇଛନ୍ତି। ଏହି ଦୁଇ ମହଲା କୋଠାଟି ସହରର ଓଡ଼ିଆ ଗଳିସ୍ଥିତ ଏକ ଅଣଓସାରିଆ ରାସ୍ତାରେ ଥିବା ସୂଚନା ରହିଛି। ଗ୍ୟାସ୍‌ ଟାଙ୍କିଟି ଫାଟିବା ପରେ ଚାରିଆଡ଼େ ନିଆଁ ଖେଳି ଯାଇଥିଲା। ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସଦର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଇଛି।

ସୂଚନା ଯୋଗ୍ୟ ଯେ ଛଟ୍‌ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏପରି ଅଘଟଣା ଘଟିଛି। ପୁରୁଣା ଜିଟି ରୋଡ୍‌ରେ ଥିବା ମର୍ଫି ରେଡିଓ ଗଳିରେ ରହୁଥିବା ଜଣେ ମହିଳା ଛଟ୍‌ ପୂଜା ପାଇଁ ପ୍ରସାଦ ବନାଉଥିଲେ। ସେ ଗ୍ୟାସ୍‌ରେ ପ୍ରସାଦ ବନାଇବା ବେଳେ ଅଚାନକ ଗ୍ୟାସ୍‌ ଲିକ୍‌ ହୋଇଥିଲା ଓ ନିଆଁ ଲାଗିବା ଆରମ୍ଭ ହୋଇ ଯାଇଥିଲା। ସଙ୍ଗେ ସଙ୍ଗେ ଏହି ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା।