ପିଆଜ, ଟମାଟୋ ପରେ ଏବେ ଆକାଶଛୁଆଁ ରସୁଣ ଦର

ଭୁବନେଶ୍ୱର,୧୧/୦୨: ତରକାରୀର ସ୍ୱାଦ ଡବଲ କରିବାକୁ ରସୁଣ ନିହାତି ଆବଶ୍ୟକ। କିନ୍ତୁ ଏହାରି ମଧ୍ୟରେ ଆକାଶଛୁଆଁ ହୋଇଛି ରସୁଣ ଦର । ପିଆଜ, ଟମାଟୋ ପରେ ଏବେ ରସୁଣରେ ହାତ ମାରି ହେଉନି । ଅଧିକାଂଶ ସହରରେ ଗୋଟେ କେଜି ରସୁଣ ୪୫୦ରୁ ୫ଶହ ଟଙ୍କାରେ ବିକ୍ରି ହେଉଛି । ମହାରାଷ୍ଟ୍ର, ରାଜସ୍ଥାନଓ ଉତରପ୍ରଦେଶରୁ ପ୍ରାୟତ ରସୁଣ ଆମଦାନୀ ହେଉଥିବାବେଳେ ଚଳିତଥର ଭଲ ଫସଲ ହୋଇନି । ତେଣୁ ଚାଷୀଙ୍କଠୁ ନେଇ ଗ୍ରାହକ ଏବେ ରସୁଣ ପାଇଁ ବେଶ ଅଧିକ ଦାମ ଦେଉଛନ୍ତି ।