ଗୁଜରାଟରେ ଗରବା ଡ୍ୟାନ୍ସରେ ୧୦ ମୃତ

ନୂଆଦିଲ୍ଲୀ,୨୨/୧୦: ଗୁଜରାଟରେ ଗରବା ଡ୍ୟାନ୍ସରେ ଭାଗ ନେଇ ସେଠାରେ ନାଚୁଥିବା ଲୋକଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବିଶେଷ କରି ଗୁଜରାଟରେ ଗରବା ଉତ୍ସବ ଚାଲିଛି । ହେଲେ ଏହି ଗରବା ଇଭେଣ୍ଟରେ ଏଭଳି ଘଟଣା ଘଟୁଥିବାରୁ ଏହାକୁ ସରକାର ଆୟୋଜକଙ୍କୁ ସତର୍କ କରାଇଛନ୍ତି ।କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗରଭା ସ୍ଥଳ ନିକଟ ସମସ୍ତ ସରକାରୀ ହସ୍ପିଟାଲ ଓ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜାଗ ରହିବାକୁ ଉପଦେଶ ଦେଇଛନ୍ତି । ଏହାସହ ଗରବା ଆୟୋଜନ ହେଉଥିବା ସ୍ଥଳକୁ ଯେଭଳି ସୁରୁଖୁରୁରେ ଆମ୍ବୁଲାନ୍ସ ପ୍ରବେଶ କରିପାରେ ସେନେଇ ବ୍ୟବସ୍ଥା କରିବାକୁ ଆୟୋଜକମାନଙ୍କୁ ସରକାରଙ୍କ ତରଫରୁ ଚେତାବନୀ ଦିଆଯାଇଛି ।