ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର,୨୯/୦୫:ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଟ୍ରକ ଗୁପ୍ତ ଚ୍ୟାମ୍ବରରୁ ପ୍ରାୟ ୩ କୁଣ୍ଟାଲ ଗଞ୍ଜେଇ ଜବତ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନସିବି । ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରୁ ଟ୍ରକରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଏନସିବି । ସୂଚନା ମୁତବାକ ଅଭିଯୁକ୍ତମାନେ ଝାଡଖଣ୍ଡର ଧାନବାଦରୁ ଗଞ୍ଜେଇ ନେଇ ଯାଉଥିଲେ । ଧରାନପଡିବା ପାଇଁ ଏକ ଟ୍ରକ ତଳ ଭାଗରେ ଥିବା ଏକ ଗୁପ୍ତ ଚ୍ୟାମ୍ବରରେ ସେମାନେ ଗଞ୍ଜେଇ ରଖିଥିଲେ । ଏନେଇ ଏନସିବି ଗୁଇନ୍ଦା ସୂଚନା ପାଇଥିଲା । ଭୁବନେଶ୍ୱର ପହଞ୍ଚିବା ପରେ ଟ୍ରକକୁ ଅଟକାଇ ଯାଞ୍ଚ କରିବାକୁ ଗଞ୍ଜେଇ ବାହାରିଥିଲା । ଜବତ ଗଞ୍ଜେଇର ଆନୂମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ତେବେ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।