୪ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୧୦ ଗିରଫ

ଭୁବନେଶ୍ୱର,୨୮/୫: ରାଜ୍ୟରେ ଏବେ ଚୋରି, ଡକାୟତି ସାଙ୍ଗକୁ ନିଶା ଦ୍ରବ୍ୟ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ
କଳାହାଣ୍ଡି ପ୍ରତାପପୁର ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ  ୧୦ ଜଣ ଗିରଫ ହୋଇଛନ୍ତି। ୪ କ୍ବିଣ୍ଟାଲ ଗଞ୍ଜେଇ ସହ ତିନିଟି ଗାଡି଼ ଜବତ କରିିିଛି ପୋଲିସ।
ଆନ୍ଧ୍ରପ୍ରଦେଶରୁ କଳାହାଣ୍ଡିକୁ ଗଞ୍ଜେଇ ଚାଲାଣ ବେଳେ ଜୟପାଟଣା ପୋଲିସ ଧରିଛି। ଗିରଫ ବ୍ୟକ୍ତି କୋକସରା, ଜୁନାଗଡ଼, କୁଟୁରୁ ଅଞ୍ଚଳର ହେଇଥିବା ସୂଚନା ମିଳିଛି।