ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା

ଭୁବନେଶ୍ୱର, ୧୭/୪: ଗ୍ୟାଙ୍ଗଷ୍ଟର ହାଇଦରକୁ ଗିିରଫ କରିବା ପରେ ତାର RT-PCR ଟେଷ୍ଟ କରାଯାଇଥିଲା। ଏହାପରେ ତାର  କରୋନା ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ହାଇଦରର ରିମାଣ୍ଡକୁ ସ୍ଥଗିତ ରଖିଛି ପୋଲିସ।

ସୂଚନା ଯୋଗ୍ୟ ଯେ ଆଜିଠୁ ହାଇଦରର ୭ଦିନିଆ ରିମାଣ୍ଡ ଅବଧି ଆରମ୍ଭ ହେଉଥିଲା । ଯେହେତୁ କରୋନା ରିପୋର୍ଟ ପଜିଟିଭ ଆସିଛି ତେଣୁ ଆଇସୋଲେସନ ସମୟ ଅବଧି ସରିଲେ ରିମାଣ୍ଡ ଆବେଦନ କରିବ ପୋଲିସ। ଏନେଇ ଆଜି କୋର୍ଟଙ୍କୁ ଅବଗତ କରିବ କମିସନରେଟ ପୋଲିସ। ହାଇଦର ପଜିଟିଭ ନେଇ କଟକ ଡ଼ିସିପି ସୂଚନା ଦେଇଛନ୍ତି।