ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି, ଥାନା ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫/୩: ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନାରେ ଅଘଟଣ ଘଟିଛି । ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି । ଥାନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଓ ଏହାକୁ ସ୍ପଷ୍ଟ କରିଛି ଓଡିଶା ପୋଲିସ। କିନ୍ତୁ କେଉଁ କାରଣରୁ ଗୁଳି ହୋଇଛି ତାହା ଏଅର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।ଆଇଆଇସି ସତ୍ୟବ୍ରତ ଭୋଇ ସୂଚନା ଦେଇ କହିଛନ୍ତି ଯେ ଥାନା ଅଧିକାରୀ ଦୀର୍ଘ ଦିନ ଧରି ମାନସିକ ଚାପଗ୍ରସ୍ତ ଥିଲେ । ଗୁଳି ଅଣ୍ଟାରେ ବାଜିଥିଲା ହେଲେ କିପରି ଫୁଟିଲା ତାହା ଜଣା ପଡିନାହିଁ । ଥାନା ଅଧିକାରୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଛି।