BMCର ଗଶେଶ ପୂଜା ଗାଇଡଲାଇନ , ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୨/୯ : ଗତ ଦୁଇ ଦିନ ତଳେ ରାଜ୍ୟରେ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି ସରକାର । ଏହାରି ମଧ୍ୟରେ ଆଉ ଅଳ୍ପ କେଇଟା ଦିନ ଗଲେ ଗଶେଶ ପୂଜା । ଗଶେଶ ପୂଜା ନେଇ ବିଏମସି ପକ୍ଷରୁ ଆଜି କଟକଣା ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜାକୁ କରାଯିବ।ସେହିପରି ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ। ମୂର୍ତ୍ତି ଚାରି ଫୁଟରୁ ଅଧିକ କରିବାକୁ ବାରଣ କରାଯାଇଛି । ମଣ୍ଡପ/ପେଣ୍ଡାଲର ଚାରି ପଟ ବନ୍ଦ ରହିବାକୁ ଥିବା ବେଳେ କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ମିଳିବ । ଏହା ସହ ସମସ୍ତ କରୋନା କଟକଣା ମାନିବାକୁ ପଡିବ । ମାସ୍କ ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ରହିଛି। ଶ୍ରଦ୍ଧାଳୁଙ୍କୁ ପୂଜା ମଣ୍ଡପ ଓ ପେଣ୍ଡାଲ କୁ ଆସିବାକୁ ଅନୁମତି ନାହିଁ ।ମଣ୍ଡପରେ ପୂଜକଙ୍କୁ ମିଶେଇ ସତ ଜନଙ୍କରୁ ଅଧିକ ଏକାଠି ହୋଇପାରିବେନି ଏହାଛଡା କେବଳ ଦ୍ୱତୀୟ ଡୋଜ ଟୀକା ନେଇଥିଲେ ଅନୁମତି ମିଳିବ ଶୋଭାଯାତ୍ରା ଓ ବିସର୍ଜନ କୁ ଅନୁମତି ନାହିଁ । କୁତ୍ରିମ ପୋଖରୀରେ ବିସର୍ଜନ କରାଯିବା ନେଇ ସୂଚନା ରହିଛି।