ଆଜି ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜା, କମିଶନରେଟ ପୋଲିସ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର,୭/୦୯: ଆଜି ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜା। ଏଥିଲାଗି ଚଳଚଞ୍ଚଳ ବିଭିନ୍ନ ଅଂଚଳ। ପୂଜାମଣ୍ଡପରେ ସାଜସଜା ସାଙ୍ଗକୁ ଭଳିକି ଭଳି ସୁଉଚ୍ଚ ତୋରଣରେ ଝଲସିଲାଣି ପେଣ୍ଡାଲ।  ଗଣେଶପୂଜା ପାଇଁ ପ୍ରସିଦ୍ଧ ଜଟଣୀ ଏବଂ ରାଉରକେଲାରେ ରଙ୍ଗବେରଙ୍ଗ ଆଲୋକମାଳା ସହ ନବବଧୂ ଭଳି ସଜେଇ ହୋଇଛି । ଏହି ଦୁଇଟି ସ୍ଥାନ ଗଣେଶ ପୂଜା ବେଶ୍ ପ୍ରସିଦ୍ଧ। ଛୋଟ ବଡ ହୋଇ ପ୍ରାୟ ୨୦୦ରୁ ଉର୍ଦ୍ଧ ମଣ୍ଡପରେ ପୂଜା ପାଇବେ ଗଜାନନ।

ସେହିପରି ବିଭିନ୍ନ ପୂଜା କମିଟି ଭିନ୍ନ ଭିନ୍ନ ଥିମ୍ ଅନୁସାରେ ମଣ୍ଡପକୁ ସଜାଇବାରେ ବ୍ୟସ୍ତ । ୧୩ ଦିନ ଧରି ଚାଲିବାକୁ ଥିବା ପୂଜାରେ ଭିଡ଼କୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହ ଜମିବ ମୀନାବଜାର ସାଙ୍ଗକୁ ଯାତ୍ରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ।

Leave a Reply

Your email address will not be published. Required fields are marked *