ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର,୨୭/୦୯:  ବିଜେଡି ନିଜର ଜନସମ୍ପର୍କ ପଦଯାତ୍ରା କରିବ । ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ୨ଟି ପର୍ଯ୍ୟାୟରେ ଦଳର ଏହି ଜନସମ୍ପର୍କ ପଦଯାତ୍ରା ଚାଳିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ଶଙ୍ଖଭବନରେ ଦଳର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିମାନଙ୍କ ସହ ବୈଠକ ହୋଇଛି । ବିଭିନ୍ନ କମିଟି ସଦସ୍ୟଙ୍କ ସହ ଜିଲ୍ଲା ସଭାପତିମାନଙ୍କର ବୈଠକରେ ଆସନ୍ତା ଗାନ୍ଧି ଜୟନ୍ତୀରୁ ଦଳର ଜନସମ୍ପର୍କ ପଦଯାତ୍ରା ସମ୍ପର୍କରେ ଆଲୋଚନା ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ରୁ ୬ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୧ରୁ ୩୦ତାରିଖ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଚାଲିବ । ଜନସମ୍ପର୍କ ପଦଯାତ୍ରାରେ ଦଳର ନେତାମାନଙ୍କୁ ଗାଁକୁ ଯାଇ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାକୁ କୁହାଯାଇଛି ।ସେହିପରି ଆସନ୍ତା ଅକ୍ଟୋବର ୯ତାରିଖ ଗୋପବନ୍ଧୁ ଜୟନ୍ତୀରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଦୁଇମାସ ଧରି ଏହି ସଦସ୍ୟତା ଅଭିଯାନ ଚାଲିବ ।

Leave a Reply

Your email address will not be published. Required fields are marked *