କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର

ଭୁବନେଶ୍ୱର,୧୩/୦୮:ଖୁବଶୀଘ୍ର କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର ଓ ଜୟରାମ ପାଙ୍ଗୀ । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ଦିଲ୍ଲୀରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ଆଲୋଚନା କରିଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏବେ କିଛି ଦିନ ତଳେ ବିଜେପି ଛାଡି ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତ, ବିଆରଏସରେ ମିଶିଥିଲେ । କିନ୍ତୁ ପୁଣି ସେମାନେ କଂଗ୍ରେସକୁ ଫେରିବେ ବୋଲି ଜଣାପଡିଛି । ବିଜେପି ଛାଡି ବିଆରଏସରେ ମିଶିଥିବା ଜୟରାମ ପାଙ୍ଗୀ ବି କଂଗ୍ରେସରେ ମିଶିବେ ବୋଲି ସଙ୍କେତ ଦେଇଛନ୍ତି ।