ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବର୍ଷିଲେ ଗଜପତି ମହାରାଜ, କହିଲେ ଏପରି କଥା..

ଭୁବନେଶ୍ୱର,୫/୧୧: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବର୍ଷିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସ୍କନଙ୍କୁ ଦେଇଛନ୍ତି କଡ଼ା ଚେତାବନୀ। କହିଲେ, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି । ମାର୍ଚ୍ଚ ପର୍ଯ୍ୟନ୍ତ ଇସ୍କନକୁ ସମୟ ଦେଇଛନ୍ତି ଗଜପତି । ସେ କହିଛନ୍ତି, ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ କରୁଛି । ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ । ଏହି ଅଦିନିଆ ରଥଯାତ୍ରା ବନ୍ଦ ନକଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ ଧର୍ମରେ ହୋଇଥିଲେ ଏହାକୁ ସହ୍ୟ କରିନଥାନ୍ତେ । ମାର୍ଚ୍ଚ ମାସ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାର୍ଚ୍ଚରେ ଇସ୍କନର ପରିଚାଳନା କମିଟି ବୈଠକ ବସିବ । ଆଉ ଏହି ବୈଠକରେ ଯଦି ମାନିଯିବେ, ଭଲ କଥା। ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *