ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ଡ ଅପରେସନ ବନ୍ଦ କଲା ଇସ୍ରାଏଲ

ନୂଆଦିଲ୍ଲୀ,୨୬/୧୦: ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ଡ ଅପରେସନ ବନ୍ଦ କଲା ଇସ୍ରାଏଲ । ଆମେରିକାର ପରାମର୍ଶ ପରେ ଏହାକୁ ସ୍ଥଗିତ ରଖିଥିବା ସୂଚନା ରହିଛି । ଏନେଇ ଆମେରିକାର ଗଣମାଧ୍ୟମ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇଛି । ଯୁଦ୍ଧର ୨୦ ଦିନରେ ଏହି ପରି ଏକ ନିଷ୍ପତି ନେଇଛି ଇସ୍ରାଏଲ । ଯୁଦ୍ଧରେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି । ହମାସକୁ ଇରାନ, ରୁଷ ସମେତ ଅନେକ ଦେଶ ସମର୍ଥନ କରୁଛି । ଏପରି ସ୍ଥିତିରେ ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ମଧ୍ୟ ପଠାଉଛି ଆମେରିକା । ଇସ୍ରାଏଲରେ ଆମେରିକାର ଯୁଦ୍ଧାସ୍ତ୍ର ପହଂଚିବା ପରେ ପୁଣିଥରେ ଆକ୍ରମଣ କରିପାରେ ।