ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ କଟକଣା ଜାରି

ଭୁବନେଶ୍ୱର,୧/୧୧: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛଧରା ଉପରେ କଟକଣା ଜାରି ହୋଇଛି। ଆଜିଠୁ ୭ ମାସ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ଯାଇ ପାରିବେନି ମତ୍ସ୍ୟଜୀବୀ । ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ଋତୁ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ କଟକଣା ଲାଗୁ ହୋଇଛି । ଅଲିଭ ରିଡଲେ କଇଁଛଙ୍କ ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପର୍ୟ୍ୟନ୍ତ ଲାଗିବ କଟକଣା । ଆଜିଠୁ ୭ ମାସ ଅର୍ଥାତ୍ ମେ ୩୧ ତାରିଖ ଯାଏଁ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛ ଧରା ଉପରେ କଟକଣା ଜାରି ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।