ଜି୨୦ ସମ୍ମିଳନୀ, ଅତିଥିଙ୍କୁ ସୁନା-ପାଣିଦିଆ ରୁପା ଥାଳିରେ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ,୮/୦୯: ଆସନ୍ତାକଳି ଓ ୧୦ରେ ଭାରତ ଆୟୋଜନ କରୁଛି ଜି-୨୦ ଶିଖର ସମ୍ମିଳନୀ। ସ୍ବତନ୍ତ୍ର ଭାବରେ ବିଶ୍ବର ନେତା ଓ ବିଦେଶୀ ପ୍ରତିନିଧିମାନଙ୍କୁ ଅଭ୍ୟର୍ଥନା କରିବା ଲାଗି ଯୋଜନା କରାଯାଇଛି। ଏଥର ସେମାନଙ୍କୁ ମିଳିବ ଏକ ଅନନ୍ୟ ନୈଶଭୋଜନର ଅନୁଭୂତି। ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରୁଥିବା ସୁନା-ପାଣିଦିଆ ଓ ରୁପା ଥାଳିରେ ସେମାନଙ୍କୁ ଖାଦ୍ୟ ପରଷାଯିବାର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଲକ୍ଷ୍ୟ ହେଉଛି ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକ ଓ ଅତିଥିମାନଙ୍କୁ ଡାଇନିଂ ଟେବୁଲରେ ଭାରତୀୟ ସ୍ବାଦ ଚଖାଇବା। ଏହି ବାସନକୁସନଗୁଡ଼ିକରେ ଜୟପୁରୀ, ଉଦୟପୁରୀ, ବାରାଣସୀ ଓ କର୍ଣ୍ଣାଟକୀ କାରୁକାର୍ଯ୍ୟ ରହିଛି, ଯାହା ଭାରତର ସାଂସ୍କୃତିକ ବିବିଧତାକୁ ଦର୍ଶାଉଛି।