ଜି-୨୦ ଶିଖର ସମ୍ମିଳନୀ, କଡା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ,୭/୦୯: ଜି-୨୦ ଶିଖର ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରହିିଛି ରାଜଧାନୀ ଦିଲ୍ଲୀ । ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ଯବାନ ମୁତୟନ ହେବେ । ୫୦ ହଜାର ପୋଲିସ, ଏନ୍ଏସ୍ଜି, ସିଆରପିଏଫ୍, ସିଏପିଏଫ୍ର ୮୦ ହଜାର ଯବାନ ସୁରକ୍ଷା ଦାୟିତ୍ୱରେ ରହିବେ । ଜି-୨୦ ସମ୍ମିଳନୀ ପୂର୍ବରୁ ମକଡ୍ରିିଲ କରାଯାଇଛି । ବମ୍ ସ୍କ୍ୱାର୍ଡ ପକ୍ଷରୁ ମଧ୍ୟରୁ ଅଭ୍ୟାସ କରାଯାଇଛି ।ଜି-୨୦ ସମ୍ମିଳନୀ ପାଇଁ ଆସନ୍ତାକାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଅଫିସ୍ ଆଦି ବନ୍ଦ ରହିବ । ଦିଲ୍ଲୀର ଭାରତ ମଣ୍ଡପମ୍ କନଭେନସନ୍ ସେଣ୍ଟରରେ ଜି-୨୦ ସମ୍ମିଳନୀ ହେବାକୁ ଥିବା ବେଳେ ବହୁ ସଂଖ୍ୟାରେ ବିଦେଶୀ ଅତିଥି ଜାତୀୟ ରାଜଧାନୀରେ ଏକାଠି ହେବେ । ଜି-୨୦ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଓ ବିଦେଶୀ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ପ୍ରସ୍ତୁତ ଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି ।