ଭୁବନେଶ୍ୱର,୨୪/୦୧: ଦିନକ ପରେ ଦେଶ ପାଳିବ ସାଧରଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ କର୍ତ୍ତବ୍ୟପଥରେ ଚାଲିଛି ଭାରତୀୟ ସେନାର ଜୋରଦାର ପ୍ରସ୍ତୁତ । ପରେଡ୍ ରେ ଯୋଗ ଦେଉଥିବା ଏକ ଯାନର ନାଁ ହେଉଛି ନନ୍ଦିଘୋଷ । ଯାହା ଏକ ଦ୍ରୁତ ଯୁଦ୍ଧ ଯାନ, ଯାହା ବିଲ୍ଟ-ଇନ୍ ସୁରକ୍ଷା ସହିତ ଯୁଦ୍ଧକ୍ଷେତ୍ରରେ ମୁତୟନ ହେବ । ଭଗବାନ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ହୋଇଥିବାରୁ ଏହି ଯାନର ନାମ ନନ୍ଦିଘୋଷ ରଖାଯାଇଛି ବୋଲି ମେଜର ରାଧିକା କହିଛନ୍ତି,ଯେମିତି ମହାପ୍ରଭୁଙ୍କ ରଥ ଆଗକୁ ବଢିବା ବେଳେ ଯେତେ ବାଧା ଅସୁବିଧା ଆସିଲେ ମଧ୍ୟ ରଥ ଆଗକୁ ବଢେ ସେହିଭଳି ଏହି ଯାନ ମଧ୍ୟ ଆଗକୁ ବଢିବ । ସୁବଠାରୁ ବଡ କଥା ହେଉଛି ଏହି ନନ୍ଦିଘୋଷ ଯାନକୁ ଜାତିସଂଘ ତରଫରୁ ଲେବାନନରେ ଅପରେସନ ପାଇଁ ନିୟୋଜିତ କରାଯାଇଛି । ଅନ୍ୟପଟେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଫୁଲ୍ ଡ୍ରେସ୍ ରିହର୍ସଲ ଜାରି ରହିଛି ।