ଖାଲି ପେଟରେ କେଉଁ ଫଳ ଖାଇଲେ ହିତକର ହୋଇଥାଏ ଜାଣନ୍ତୁ

ଭୁବନେଶ୍ୱର,୪/୦୯: ଏବେ ବ୍ୟସ୍ତବହୁଳ ଜୀବନରେ ନିଜକୁ ସମୟ ଦେବା ଓ ନିଜର ଯତ୍ନ ନେଇପାରୁନେ। ତେଣୁ ଫିଟ୍ ରହିବା ପାଇଁ ଖାଦ୍ୟ ନିହାତି ଜରୁରୀ।  ସୁସ୍ଥ ଶରୀର ପାଇଁ ଖାଦ୍ୟରେ ଫଳ ଅନ୍ତର୍ଭୂକ୍ତ କରିବା ନିହାତି ଆବଶ୍ୟକ।ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ, ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ୍ ଏବଂ ଅନୁଚିତ୍। ତେବେ କେଉଁ ଫଳଗୁଡିକୁ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ମିଳିଥାଏ, ସେ ବିଷୟରେ ଆସନ୍ତୁ ଜାଣିିିବା..

କିୱି:- ଏହାକୁ ଖାଲି ପେଟରେ ଖାଇପାରିବେ। ଡେଙ୍ଗୁ ରୋଗୀଙ୍କ ପାଇଁ କିୱି ବେଶ୍ ଲାଭକାରୀ। ଏହି କାରଣରୁ, ହଜମ ପ୍ରକ୍ରିୟା ସଠିକ୍ ରହିଥାଏ ଏବଂ ଶରୀରକୁ ମଧ୍ୟ ଅଧିକ ଶକ୍ତି ମିଳିଥାଏ।

ଆପଲ୍:- ଖାଲି ପେଟରେ ଆପଲ୍ ଖାଇପାରିବେ। ଖାଲି ପେଟରେ ଆପଲ୍ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିବା ସହିତ ଶରୀରରେ ପୁଷ୍ଟିକର ଖାଦ୍ୟର ଅଭାବ ଦୂର ହୁଏ। କୋଷ୍ଠକାଠିନ୍ୟ ଏବଂ ଗ୍ୟାଷ୍ଟିକରୁ ମୁକ୍ତି ମିଳେ। ହଜମ ପ୍ରକ୍ରିୟା ଠିକ୍ ରହେ।

ଡାଳିମ୍ବ:- ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଥାଏ। ଖାଲି ପେଟରେ ଡାଳିମ୍ବକୁ ଆରାମରେ ଖାଇପାରିବେ। ଡାଳିମ୍ବ ଖାଇବା ଦ୍ୱାରା ଶରୀରରେ ଲୌହ ଅଭାବ ରହେ ନାହିଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ ହୋଇଥାଏ।

ଅମୃତଭଣ୍ଡା:- ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଯଦି ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହାଁନ୍ତି ତେବେ ଅମୃତଭଣ୍ଡା ସେବନ କରନ୍ତୁ, ଏହା ସର୍ବୋତ୍ତମ। କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ। କୋଷ୍ଠକାଠିନ୍ୟ ଏବଂ ଫ୍ଲାଟୁଲେନ୍ସ ସମସ୍ୟା ମଧ୍ୟ ଦୂର କରେ।