ଆରପାରିରେ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ

ଭୁବନେଶ୍ୱର, ୨୧/୧:  ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ବରଗଡ଼ର ପାଣିମୋରାରେ ତାଙ୍କର ଦେହାନ୍ତ ହୋଇଛି। ସୂଚନା ଯୋଗ୍ୟ ଯେ ଗତବର୍ଷ ଅଗଷ୍ଟ ୯ରେ ଜିତେନ୍ଦ୍ରିୟଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି। ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଜେଲ୍‌ ଯାଇଥିଲେ ଜିତେନ୍ଦ୍ରିୟ।