ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୮/୦୧: ଏଣିକି ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲେ ମିଳିବ ମାଗଣା ଚିକିତ୍ସା । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି । ଏନେଇ ଏକ ନୂଆ ସ୍କିମ୍ ଘୋଷଣା କରାଯାଇଛି । ଏଥିରେ ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହେଲେ ଜଣେ ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ । ତେବେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ତେବେ ଏଥିପାଇଁ ଦୁର୍ଘଟଣା ଘଟିବାର ୨୪ ଘଂଟା ଭିତରେ ପୋଲିସକୁ ଖବର ଦେବାକୁ ପଡ଼ିବ । ସେହିପରି ଯଦି ଜାତୀୟ ରାଜପଥରେ ହିଟ୍ ଆଣ୍ଡ ରନ୍ ଘଟଣାରେ କାହାରି ମୃତ୍ୟୁ ଘଟେ, ତାହେଲେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ ।

Leave a Reply

Your email address will not be published. Required fields are marked *