ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୩ୟ କ୍ରସ୍‌ ଓଭର ମ୍ୟାଚ୍,‌ ଫ୍ରାନ୍ସ ବିପକ୍ଷରେ ଜର୍ମାନି ବିଜୟ

ଭୁବନେଶ୍ବର,୨୩/୧: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୩ୟ କ୍ରସ୍‌ ଓଭର ମ୍ୟାଚ୍‌ରେ ଜର୍ମାନି ଦମଦାର ପ୍ରଦର୍ଶନ କରିଛି। ଫ୍ରାନ୍ସ ବିପକ୍ଷରେ ଜର୍ମାନି ବିଜୟ ହାସଲ କରିଛି।  କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଜର୍ମାନି ୫-୧ ଗୋଲ୍‌ରେ ଫ୍ରାନ୍ସକୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଜର୍ମାନି ଆସନ୍ତା ୨୫ ତାରିଖରେ ଇଂଲଣ୍ଡକୁ ମୁକାବିଲା କରିବ। ଏହି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ଅନ୍ୟପଟେ ପୂର୍ବଦିନ ଭଳି କଳିଙ୍ଗ ଷ୍ଟାଡିୟମରେ ଆଜି ହକିପ୍ରେମୀମାନେ ଉତ୍ସାହିତ ନଥିଲେ। ଭାରତ ଗତକାଲି ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେଲା ପରେ ଆଜି ଦର୍ଶକଙ୍କ ସଂଖ୍ୟା ଢେର ଗୁଣରେ ହ୍ରାସ ପାଇଥିବା ଅନୁମାନ କରାଯାଇଥିଲା।