ଚାରିଚକିଆ ଗାଡି କିଣିବାକୁ ଯୋଜନା କରୁଛନ୍ତି କି: ଏବେ ହିଁ କିଣିନିଅନ୍ତୁ, ଏପ୍ରିଲରୁ ହେବ ମହଙ୍ଗା!

ଭୁବନେଶ୍ୱର,୨୩/୦୩:  ଆପଣ ଚାରିଚକିଆ ଗାଡି କିଣିବାକୁ ଯୋଜନା କରୁଛନ୍ତି କି? ତେବେ ଏବେ କିଣି ନିଅନ୍ତୁ ନଚେତ ମହଙ୍ଗା ମାସ ସାବ୍ୟସ୍ତ ହେବ ଏପ୍ରିଲ୍ । ଏପ୍ରିଲ ମାସରୁ ଆରମ୍ଭ ହେବ ୨୦୨୫-୨୬ ନୂଆ ଆର୍ଥିକ ବର୍ଷ । ଯେଉଁମାନେ ଏପ୍ରିଲ୍ ମାସରେ ଗାଡ଼ି କିଣିବେ ସେମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ । କାରଣ ଦେଶର ପ୍ରମୁଖ ଗାଡ଼ି ନିର୍ମାତାମାନେ ଏବେଠାରୁ ଦରବୃଦ୍ଧି ନେଇ ଘୋଷଣା କରିଛନ୍ତି ।  ପ୍ରଥମେ ମାରୁତି ସୁଜୁକ ଯିଏ କି କାର୍‌ ଦାମ୍‌ ବୃଦ୍ଧି ନେଇ ଘୋଷଣା କରିଥିଲା । ଚଳିତ ବର୍ଷ ତୃତୀୟ ଥର ପାଇଁ ଦରବୃଦ୍ଧି କରିଛି ମାରୁତି ସୁଜୁକି । ଏହାପରେ ଟାଟା ମୋଟର୍ସ ଓ କିଆ କମ୍ପାନି ମଧ୍ୟ ବିଭିନ୍ନ ମଡେଲ୍‌ର ଦାମ ବଢ଼ାଇବାକୁ ଘୋଷଣା କରିଛନ୍ତି । ବିଶେଷ କରି ହୁଣ୍ଡାଇ ମୋଟର୍ସ ପକ୍ଷରୁ ଏହାକୁ ନେଇ ଅଫିସିଆଲ ଘୋଷଣା କରାଯାଇଛି । କେବଳ କାର୍‌ କାହିଁକି ଦୁଇଚକିଆ ଯାନର ବି ଦରବୃଦ୍ଧି ହୋଇପାରେ । ତେବେ ଏହାକୁ ନେଇ କୌଣସି କମ୍ପାନି ପକ୍ଷରୁ ଏଯାଏଁ କୌଣସି ଘୋଷଣା କରାଯାଇନାହିଁ ।

Leave a Reply

Your email address will not be published. Required fields are marked *