ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳବିହାରୀଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫/୧୨: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ।  ‘ସଦୈବ ଅଟଳ’ ସ୍ଥଳରେ ଅଟଳଜୀଙ୍କ ସମାଧୀରେ ପୁଷ୍ପମାଲ୍ୟ ଅପଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମାଗ୍ୟଗଣ୍ୟ ବ୍ୟକ୍ତି । ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା କୃଷ୍ଣବିହାରୀ ବାଜପେୟୀ ଓ ମା’ କୃଷ୍ଣା ଦେବୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା ।