ପରଲୋକରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫ

ନୂଆଦିଲ୍ଲୀ,୫/୨: ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶରଫଙ୍କ ଆଜି ପରଲୋକ ଘଟିଛି । ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ତେବେ ଅନେକ ଦିନ ଧରି ବିଭିନ୍ନ ଶରୀରିକ ସମସ୍ୟା ଯୋଗୁଁ ଚିକିତ୍ସାଧିନ ଥିଲେ । ବିଶେଷ କରି ‘ଅମାଇଲାଇଡୋସିସ’ ନାମକ ବିରଳ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାର ହୋଇଛି ।