ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ସ୍ଥଗିତ

ଭୁବନେଶ୍ୱର, ୭/୧୧: ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିିଳିଛି। ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମପୂରଣ ନେଇ ସୂଚନା ଦିଆଯିବ ।

ଆଜି ସକାଳେ ଶିକ୍ଷାବର୍ଷ ଆରମ୍ଭ ନହେଉଣୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ୍ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ମାଧ୍ୟମକି ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ୫ରେ ମାଟ୍ରିକ ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନଭେମ୍ବର ୯ରୁ ଡିସେମ୍ବର ୨ ଯାଏ ମାଟ୍ରିକ ଫର୍ମ ପୂରଣ ହେବାର ଥିଲା।