ଅନ୍‌ଲକ ନେଇ ଠିକ ସମୟରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର, ୧୫/୬: ରାଜ୍ୟରେ କରୋନା ସଂକ୍ରମଣ ବଢିବାରୁ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଭଳି କଟକଣା ଜାରି କରାଯାଇଥିଲା। ଏହାରିମଧ୍ୟରେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଅନ୍‌ଲକ ନେଇ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ । ସବୁ ସ୍ଥାନରେ ତଦାରଖ କରାଯାଉଛି ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଏବେ ଗତ ୧୫ ଦିନର ସମସ୍ତ ଡାଟା ରହିଛି ଓ ବିଚାରବିମର୍ଶ ଜାରି ରହିଛି ।

ସବୁ ସ୍ଥିତି ସମୀକ୍ଷା ପରେ ଦିନେ ଦୁଇ ଦିନ ମଧ୍ୟରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଗାଇଡ଼ଲାଇନ ଆସିବ । ହସ୍ପିଟାଲ ଉପରୁ ଧୀରେ ଧୀରେ ଚାପ କମୁଛି ଓ ବେଡ଼ ବର୍ତ୍ତମାନ ପର୍ଯ୍ୟାପ୍ତ ଅଛି । ଆଉ ଦିନେ ଗଲେ ଲକଡାଉନ ସମୟ ସୀମା ସରୁଛି। ଏହାପରେ ଏନେଇ ନିଷ୍ପତି ନିଆଯିବ।