ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ନୂଆଦିଲ୍ଲୀ,୫/୦୫: ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କରାଣରୁ ବ୍ରାଜିଲରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । କାଦୁଅ ଓ ପାଣି କାରଣରୁ ବର୍ତ୍ତମାନ ସୁଦ୍ଧା ୫୬ଜଣଙ୍କ ଜୀନବହାନୀ ଘଟିଥିବା ସୂଚନାରୁ ଜଣାପଡିଛି । ଏହାସହ ଏକ ହଜାରରୁ ଅଧିକ ଲୋକ ନିଜର ବାସଗୃହ ହରାଇଛନ୍ତି ।ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା କାମ ଜାରି ରହିଛି । ଜଳବନ୍ଦୀ ଅବସ୍ଥାରେ ଥିବା ଘର, ରାସ୍ତାଘାଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେପଟେ ବନ୍ୟା ପୀଡିତ ଅଞ୍ଚଳଗୁଡିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଜ୍ୟପାଳ ଅଡୁଆର୍ଡୋ ଲିଟ୍ । ଅନ୍ୟପକ୍ଷ୍ୟରେ ପାଣିପାଗର ଆକଳନ ଲୋକଙ୍କ ଚିନ୍ତାକୁ ଆହୁରି ବଢାଇଦେଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏହାଠୁ ଆହୁରି ଭୟଙ୍କର ପରିସ୍ଥିତି ହେବାକୁ ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।