ମୌସୁମୀ ପୂର୍ବରୁ ବର୍ଷା ତାଣ୍ଡବ, ୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୯/୫: ଏବେ ଦେଶରେ ମୌସୁମୀ ବାୟୁ ପ୍ରବେଶ କରିନି। ଏହାରିମଧ୍ୟରେ ମନସୁନ୍ ପୂର୍ବରୁ ଆସାମରେ ବର୍ଷା ପ୍ରଳୟ ଦେଖିବାକୁ ମିଳିଛି।ଆସାମର ୨୭ ଜିଲ୍ଲାରେ ବନ୍ୟା ବିଭୀଷିକା ହୋଇଛି । ଏବେ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆସାମର ୬.୬ଲକ୍ଷ ଲୋକ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବନ୍ୟା କାରଣରୁ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି।