ବଡ଼ ଧରଣର ବିମାନ ଦୁର୍ଘଟଣା, ୬ ମୃତ

ନୂଆଦିଲ୍ଲୀ,୧୩/୧୧: ଆମେରିକାର ଡଲାସ ସହରରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିିିଛି । ଏୟାର ସୋ’ ବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଦୁଇ ସାମରିକ ବିମାନ ମଧ୍ୟରେ ଧକ୍କା ହୋଇଥିବା ଜଣାପଡ଼ିଛି । ଗୋଟିଏ ବୋମା ବର୍ଷଣକାରୀ ଓ ଗୋଟିଏ ଛୋଟ ବିମାନ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୋଟିଏ ବିମାନ ଦୁଇ ଖଣ୍ଡ ହୋଇ ଯାଇଥିଲା । ସେହିପରି ଅନ୍ୟ ବିମାନଟି ପୂରା ଖଣ୍ଡ ବିଖଣ୍ଡିତ ହୋଇଯାଇଛି ।