ରୁଷ-ୟୁକ୍ରେନ ସୀମାରେ ବିମାନ ଦୁର୍ଘଟଣା, ୭୪ମୃତ

ଭୁବନେଶ୍ୱର,୨୪/୦୧: ରୁଷ-ୟୁକ୍ରେନ ସୀମା ବେଲଗୋରୋଡରେ ୬୫ଜଣ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ରୁଷର ଏକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯୁଦ୍ଧବନ୍ଦୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୭୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ହଠାତ ବିମାନଟି ଆକାଶମାର୍ଗରୁ ତଳକୁ ଖସିପଡି ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ ୬୫ଜଣ ଯୁଦ୍ଧବନ୍ଦୀ ମାନଙ୍କୁ ବିନିମୟ ପାଇଁ ବେଲଗୋରୋଡ ଅଂଚଳକୁ ନିଆଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ରୁଷ ବାୟୁସେନା ପକ୍ଷରୁ ଦୁର୍ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।