ଭୀଷଣ ବାତ୍ୟା ଦାନା ପ୍ରଭାବରେ ୧୬ ଜିଲ୍ଲାରେ ହୋଇପାରେ ଫ୍ଲାସ୍ ଫ୍ଲଡ

ଭୁବନେଶ୍ୱର, ୨୪/୧୦: ଭୀଷଣ ବାତ୍ୟା ‘ଦାନା’ ପ୍ରଭାବରେ ୧୬ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ ହୋଇପାରେ। ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ,ନୟାଗଡ଼ ଓ ପୁରୀ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ୍ ହୋଇପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।ଓଡ଼ିଶା ଉପକୂଳ ପାଖାପାଖି ହୋଇସାରିଲାଣି ଭୀଷଣ ବାତ୍ୟା ‘ଦାନା’।

ସୂଚନା ଅନୁଯାୟୀ ଏହା ଏବେ ପାରାଦ୍ୱୀପ ଠାରୁ ୧୦୦ କିଲୋମିଟର ଏବଂ ଧାମରା ଠାରୁ ୧୩୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଏହା ଆଗକୁ ବଢୁଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗଉଥିବା ବେଳେ, ଆଉ ପ୍ରାୟ ୩ ଘଣ୍ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆଜି ମଧ୍ୟରାତ୍ରରୁ ଆସନ୍ତାକାଲି ସକାଳ ମଧ୍ୟରେ ଏହା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *