ଗୁଜରାଟର ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୪/୧୨: ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମିଥିଲେ ମଧ୍ୟ ଚିନ୍ତା ବଢ଼ାଇଲାଣି ଓମିକ୍ରନ। ଏହାରିମଧ୍ୟରେ  ଗୁଜରାଟର ସୁରତରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ସଂକ୍ରମିତ ଜଣକ ହୀରା ବ୍ୟବସାୟୀ ଓ ସେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଏହାସହ ସଂକ୍ରମିତଙ୍କ ସଂଖ୍ୟା ଗୁଜରାଟରେ ୪ ହୋଇଥିବା ବେଳେ ଦେଶରେ ୪୧କୁ ବୃଦ୍ଧି ପାଇଛି। ଅନ୍ୟପଟେ ଏଯାଏ ମହାରାଷ୍ଟ୍ରରେ ସର୍ବାଧିକ ୨୦, ରାଜସ୍ଥାନରେ ୯ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।