ରାଜ୍ୟରେ ଚିହ୍ନଟ ହେଲା ପ୍ରଥମ ଡେଲ୍‌ଟା ପ୍ଲସ ଭେରିଆଣ୍ଟ

ଭୁବନେଶ୍ୱର, ୨୫/୬: ରାଜ୍ୟରେ କରୋନା ଆତଙ୍କ ଦେଖାଦେଉଥିବା ବେଳେ ଆଜି ପ୍ରଥମ ଡେଲ୍‌ଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି । ଦେଶରେ ଚିହ୍ନଟ ୪୮ ଭେରିଆଣ୍ଟରୁ ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଛି। ଡେଲ୍‌ଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିିଳିଛି ।

ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୨୦ ଚିହ୍ନଟ ହୋଇଥିବା ବେଳେ  ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭ ଚିହ୍ନଟ
କେରଳ ୩, ଗୁଜରାଟ ଓ ପଞ୍ଜାବରୁ ୨ ଲେଖାଏଁ , କର୍ଣ୍ଣାଟକ, ଜାମ୍ମୁ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶରୁ ଗୋଟିଏ ଲେଖାଏଁ ଡେଲଟା ପ୍ଲସ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।