ଶ୍ରୀମନ୍ଦିର ନିକଟରେ ହେବ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ଆଶୁ ଚିକିତ୍ସା କେନ୍ଦ୍ର

ପୁରୀ, ୭/୪: ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାର  ମନ୍ଦିର ନିକଟରେ ଏକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ଆଶୁ ଚିକିତ୍ସା ସହାୟତା କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଏଥିରେ ଭକ୍ତ, ସେବକ ଏବଂ ମନ୍ଦିର ଅଧିକାରି ମାନଙ୍କୁ ଆବଶ୍ୟକ ସ୍ଥଳେ ଚିକିତ୍ସା ଯୋଗାଇ ଦିଆଯିବ । ଜରୁରୀକାଳୀନ ପରିସ୍ଥିତି ରେ ରୋଗୀଙ୍କୁ ଏକ ଉନ୍ନତ ଚିକିତ୍ସା ଯୋଗାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଏହି ବ୍ୟବସ୍ଥା କରାଯିବ।

ପର୍ଯ୍ୟାପ୍ତ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା  ଏହା ପରିଚାଳିତ ହେବ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହାୟତାରେ ପର୍ଯ୍ୟାପ୍ତ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବ । ପ୍ରାଥମିକ ସହାୟତା କେନ୍ଦ୍ରର ପରିଚାଳନା ପାଇଁ ପ୍ରତ୍ୟେକ ନୋଡଲ୍ ଅଧିକାରୀଙ୍କୁ ସିିିଡିଏମଓ ଏବଂ ମନ୍ଦିର କାର୍ଯ୍ୟାଳୟ ଦ୍ୱାରା ନିଯୁକ୍ତ କରାଯିବ। ଏହି ଆଶୁ ଚିକିତ୍ସା ସହାୟତା କେନ୍ଦ୍ର ୧୪ ଏପ୍ରିଲ ମହାବିଷୁଭ ସଙ୍କ୍ରାନ୍ତୀ ଦିନ ଉଦଘାଟିତ ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି |