ବ୍ରାଜିଲରେ ସ୍କୁଲରେ ଆଖିବୁଜା ଗୁଳିମାଡ: ୨ଶିକ୍ଷକ ଜଣେ ଛାତ୍ର ମୃତ, ୧୧ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ,୨୬/୧୧:ବ୍ରାଜିଲର ଦକ୍ଷିଣ-ପୂର୍ବ ଇଲାକାର ୨ଟା ସ୍କୁଲରେ ଆଖିବୁଜା ଗୁଳିିମାଡ ହୋଇଛି । ଫଳରେ ଘଟଣାସ୍ଥଳରେ ୨ଜଣ ଶିକ୍ଷକ ଓ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୧୧ଜଣଙ୍କୁ ଗୁରୁତର ହୋଇଯିବାରୁ ସେମାନଙ୍କୁ ହସ୍ପିଟାଲ ନିଆଯାଇଛି । ସେହି ୧୧ଜଣଙ୍କ ମଧ୍ୟରେ ଅଛନ୍ତି ୯ଜଣ ଏହି ଘଟଣାରେ ସୁଟର୍ ସେମି ଅଟୋମେଟିକ୍ ପିସ୍ତଲରେ ଆକ୍ରମଣ କରିଥିବା ଜଣାପଡିଛି । ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାଏଁ ଆକ୍ରମଣକାରୀକୁ ଧରାଯାଇଛି କି ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।