ସପିଙ୍ଗ ମଲରେ ଗୁଳିକାଣ୍ଡ: ୯ମୃତ ଓ ୭ ଗୁରୁତର

ନୂଆଦିଲ୍ଲୀ,୭/୫: ଆମେରିକାର ଟେକ୍ସାସ୍ ସହର ପୁଣି ଗୁଳିକାଣ୍ଡ ହୋଇଥିବାର ସୂଚନା ରହିଛି।  ଏକ ବଡ ସପିଙ୍ଗ ମଲରେ ଜଣେ ଦୁର୍ବୃତ୍ତ ପଶି ଆଖିବୁଜା ଗୁଳି ଚଳାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେେ ୭ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାର ଖବର ପାଇ ପୁଲିସ ସେଠାରେ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲା । ଫଳରେ ପୁଲିସର ଏନକାଉଣ୍ଟରରେ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତକ ଓ ଗୁରୁତରଙ୍କ ମଧ୍ୟରେ ଶିଶୁ ଥିବା ଜଣାପଡିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।