ଏମାର ମଠ ଆଗରେ ଗୁଳିମାଡ଼ ସେବାୟତଙ୍କ ମୃତ୍ୟୁ

ପୁରୀ,୨୪/୫:ଶ୍ରୀମନ୍ଦିର ନିକଟ ଏମାର ମଠ ଆଗରେ ଗୁଳିମାଡ଼  ହୋଇଥିବା ସୂଚନା ମିଳିଛି। ଲୋକନାଥ ମନ୍ଦିରର ସେବାୟତ ଶିବରାମ ପାତ୍ର ମୃତ୍ୟୁ ହୋଇଛନ୍ତି। ବାଇକ୍‌ରେ ଆସି ଦୁଇ ରାଉଣ୍ଡ ମୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଶିବରାମଙ୍କ ମୁଣ୍ଡରେ ୨ଟି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଶିବରାମ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାପରେ ଘଟଣାସ୍ଥଳରେ ପହଞ୍ଚି ଅତିରିକ୍ତ ଏସ୍‌ପି ଓ ସିଂହଦ୍ବାର ଥାନା IIC ତଦନ୍ତ ଆରମ୍ଭ କରିଛନ୍ତି।