ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର, ୩୧/୧୦: ବାଲେଶ୍ୱର ଜିଲ୍ଲା ସ୍ଥିତ ରେମୁଣା କୁରୁଡାରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସକାଳ ୯ଟାରେ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ବାଇକରେ ଆସି ୨ ଦୁର୍ବୃତ୍ତ ଗୁଳିମାଡ କରିଥିବା ଜଣାପଡିଛି। ଯୁବକଙ୍କୁ ଗୁଳିମାଡ ସହ ଧାରୁଆ ଅସ୍ତ୍ରରେ ହାଣିଦେଲେ ଦୁର୍ବୃତ୍ତ।
ମୃତ ଯୁବକ ଜଣକ ଜଗନ୍ନାଥ ପାଟଣା ଅଞ୍ଚଳର ବୋଲି ସୂଚନା ରହିଛି।