ଅହମ୍ମଦନଗର ଚିନି କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଫସି ରହିଛନ୍ତି କର୍ମଚାରୀ

ନୂଆଦିଲ୍ଲୀ,୨୫/୨: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଥିବା ଏକ ଚିନି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କାରଖାନାର ଡିଷ୍ଟିଲରୀ ୟୁନିଟରେ ଅଗ୍ନିକାଣ୍ଡ ଆରମ୍ଭ ହୋଇ ଅନ୍ୟ କେତେକ ସ୍ଥାନକୁ ବ୍ୟାପିଯାଇଛି । ଘଟଣାସ୍ଥଳରେ ୧୦ରୁ ଅଧିକ ଦମକଳ ବାହିନୀ ଉପସ୍ଥିତ ଅଛନ୍ତି। ଅଗ୍ନିକାଣ୍ଡରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି। କାରଖାନା ଭିତରେ ୭୦ରୁ ୮୦ ଜଣ ଫସି ରହିଥିବା କୁହାଯାଉଛି। ଦମକଳ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।