ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ, ୮ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ,୨୬/୦୮: ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୮ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ତାମିଲନାଡୁର ମଦୁରାଇ ଷ୍ଟେସନ ନିକଟରେ ସକାଳ ପ୍ରାୟ ୫ଟା ୧୫ରେ ଟ୍ରେନର ଟୁରିଷ୍ଟ କୋଚ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ବ୍ୟତିବ୍ୟସ୍ତ ହୋଇ ଟ୍ରେନରୁ ଡେଇଁ ପଡିଥିଲେ ଶହଶହ ଯାତ୍ରୀ । ଟ୍ରେନଟି ଲକ୍ଷେ୍ନøରୁ ରାମେଶ୍ୱରମ୍ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।