ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ, ୧୩ ଜଣ ପୁଜାରୀ ଗୁରୁତର

ନୂଆଦିଲ୍ଲୀ,୨୫/୦୩: ମଧ୍ୟପ୍ରଦେଶର ଉଜୈନ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ ଘଟିବାରୁ ୧୩ ଜଣ ପୁଜାରୀ ଆହତ ହୋଇଛନ୍ତି। ହୋଲି ଅବସରରେ ମନ୍ଦିର ଗର୍ଭଗୃହରେ ହେଉଥିବା ଭସ୍ମ ଆରତୀ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଆହତ ୧୩ ଜଣ ପୁଜାରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେମାନଙ୍କ ଚିକିତ୍ସା ଚାଲିଛି।