ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କଟକ, ୧/୨: କଟକ ତୁଳସୀପୁରସ୍ଥିତ ସନ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କିନ୍ତୁ କାରଣ ଅସ୍ପଷ୍ଟ ରହିଛି।ନିଆଁଲିଭାରେ ୬ ଟି ଦମକଳ ନିୟୋଜିତ ହୋଇଛି। ନିଆଁ ଲାଗିଥିବା ହସ୍ପିଟାଲର ଉପର ମହଲାରେ ଚାଲିଥିଲା କ୍ୟାଣ୍ଟିନ । କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି କଟକ ଡିସିପି । ୧୧ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।