କଟକ ସବ ରେଜିଷ୍ଟ୍ରାର ଅଫସିରେ ଅଗ୍ନିକାଣ୍ଡ

କଟକ,୩୧/୧: କଟକ ସବ ରେଜିଷ୍ଟ୍ରାର ଅଫସିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ୨ଟି ସିଲିଣ୍ଡର ଫାଟିଥିବା ସୂଚନା ରହିଛି । ଅଗ୍ନିକାଣ୍ଡ ଏତେ ବ୍ୟାପକ ଅଛି ଯେ ୨ ଟି ଦମକଳ ବର୍ତ୍ତମାନ ଯାଏଁ ନିଆଁକୁ ଆୟତ୍ତ କରିପାରିନାହାନ୍ତି । ସରକାରୀ ଜମିଜମା ସମ୍ପୃକ୍ତ କାମ ଏଠାରେ ହେଉଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡ଼ିଯାଇଛି । ନିକଟରେ ହାଇକୋର୍ଟ ଥିବାରୁ ଅଫିସ ସମୟରେ ଗହଳି ଭିତରରେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି।