ଅଗ୍ନିଶମ ପରେ ଏବେ ଡିଜିଟାଲ ହେବ ରାଜ୍ୟ ଜେଲ୍‌ ବିଭାଗ

ଭୁବନେଶ୍ୱର, ୧୪/୧: ଅଗ୍ନିଶମ ପରେ ଏବେ ଡିଜିଟାଲ ରାଜ୍ୟ ଜେଲ୍‌ ବିଭାଗ ହେବ। ଏଣିକି ଅନ୍‌ଲାଇନ୍‌ରେ ମୁଲାକାତ ଓ ପାରୋଲ ଆବେଦନ ହୋଇପାରିବ। ୱେବ୍‌ସାଇଟ ଜରିଆରେ ବିକ୍ରି ହେବ କଏଦୀଙ୍କ ଦ୍ବାରା ପ୍ରସ୍ତୁତ ସମସ୍ତ ସାମଗ୍ରୀ । ଏହାସହ ୱେବ୍‌ସାଇଟ୍‌ରେ ବିଚାରାଧୀନ କଏଦୀଙ୍କ ବିସ୍ତୃତ ବିବରଣୀ ଉପଲବ୍ଧ ହେବ।